୬ ଲୋକ ସଭା ଏବଂ ୪୧ ବିଧାନସଭା ପାଇଁ ମତଦାନ ଆରମ୍ଭ: ହେଭିୱେଟ୍‌ଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ଗ୍ରହଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୬ ଲୋକ ସଭା ଏବଂ ୪୧ ବିଧାନସଭା କ୍ଷେତ୍ର ନିମନ୍ତେ ଭୋଟ ଗ୍ରହଣ କରାଯାଉଛି। ବରିଷ୍ଠ ବିଜେଡି ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ଯୋଗୁ ପାଟକୁରା ବିଧାନସଭା ଲାଗି ଭୋଟ ହେଉନାହିଁ। ସମସ୍ତ ଆସନ ମଧ୍ୟରୁ କେନ୍ଦ୍ରାପଡ଼ା ଲୋକ ସଭା ନେଇ ସାଧାରଣରେ ସର୍ବାଧିକ ଚର୍ଚ୍ଚା ରହିଛି। ଏହି ଆସନର ଫଳାଫଳ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ। ପୂର୍ବରୁ ବିଜେଡି ଟିକେଟରେ ଏହି ଆସନରୁ ବୈଜୟନ୍ତ ପଣ୍ଡା ବିଜୟୀ ହୋଇଥିଲେ। ଚଳିତଥର ସେ ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ଅଭିନେତା ତଥା ରାଜ୍ୟ ସଭା ସଦସ୍ୟ ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ପକ୍ଷରୁ ପୂର୍ବଭଳି ଆଇନଜୀବୀ ଧରଣୀଧର ନାୟକ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ତାହାର ସମସ୍ତ ବଳ ପ୍ରୟୋଗ କରି ଏହି ଆସନକୁ ହାତେଇବାକୁ ଚେଷ୍ଟା କରୁଛି। ଭାଜପା ମଧ୍ୟ ବିଜେଡିକୁ କଡ଼ା ଟକ୍କର ଦେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କେନ୍ଦ୍ରାପଡ଼ାରେ ସଭା କରିଥିଲେ। ସେହି ସଭାରେ ମୋଦି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ସମାଲୋଚନା କରିଥିଲେ। ପୂର୍ବ ନିର୍ବାଚନଗୁଡିକରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହି ଆସୁଥିଲା, ହେଲେ ଚଳିତଥର ମୁଖ୍ୟ ଲଢ଼େଇ ବିଜେଡି-ଭାଜପା ମଧ୍ୟରେ ହେବ ବୋଲି ଆଲୋଚନା ହେଉଛି। ରାଜ୍ୟ ରାଜନୀତିର ପ୍ରମୁଖ ଚେହେରା ବିଜୟ ମହାପାତ୍ର ମଧ୍ୟ ବୈଜୟନ୍ତଙ୍କ ପାଇଁ ପ୍ରଚାରକୁ ଜୋର୍‌ କରିଛନ୍ତି। ଏହି ଲୋକ ସଭା ଅଧୀନରେ ଆସୁଥିବା କେନ୍ଦ୍ରାପଡ଼ା, ରାଜନଗର ଏବଂ ଆଳି ବିଧାନସଭା କ୍ଷେତ୍ରରେ କଂଗ୍ରେସ-ବିଜେଡି ମଧ୍ୟରେ ଲଢ଼େଇ ହେଉଛି। ତେଣୁ ୩ ପ୍ରମୁଖ ଦଳର ଉପସ୍ଥିତି ରହିଥିଲେ ହେଁ କିଏ ବାଜି ମାରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ। ଦୁଇଦିନ ତଳେ ଏହି ଆସନର ସମସ୍ତ ବୁଥ୍‌ରେ କେନ୍ଦ୍ରୀୟ ଫୋର୍ସ ମୁତୟନ ପାଇଁ ବୈଜୟନ୍ତ ସିଇଓଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ବିଜେଡି ମଧ୍ୟ କେତେକ ବୁଥ୍‌ରେ ସିସିଟିଭି ଲଗାଇବା ନେଇ ଅନୁରୋଧ କରିଛି। ବାଲେଶ୍ୱର ଆସନକୁ ନେଇ ମଧ୍ୟ ରାଜନୀତି ଚଳଚଞ୍ଚଳ ହୋଇଛି। ବିଜେଡି ଏମ୍‌ପି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କ ସହ ଭାଜପାର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ନିର୍ବାଚନ ଲଢୁଛନ୍ତି। ଏହି ଆସନରୁ ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ପ୍ରଥମଥର ପାଇଁ ନିର୍ବାଚନ ଲଢୁଛନ୍ତି। ରେମୁଣା, ନୀଳଗିରି, ବଡ଼ସାହି ଏବଂ ବାଲେଶ୍ୱର ସଦର ବିଧାନସଭା କ୍ଷେତ୍ରର ଭୋଟକୁ ପାଥେୟ କରି ଭାଜପା ବିଜୟୀ ହେବାନେଇ ଆଶାବାଦୀ ରହିଛି। ସେହିପରି ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ମଧ୍ୟ ପୂର୍ବ ଫଳାଫଳ ଦୋହରାଇବା ନେଇ ମତପ୍ରକାଶ କରିଛନ୍ତି। ସେହିପରି କଂଗ୍ରେସ ମଧ୍ୟ ଏଠାରୁ ଭଲ ଭୋଟ ନେଇପାରେ ବୋଲି ଆଲୋଚନା ହେଉଛି। ମୟୂରଭଞ୍ଜ ଆସନରେ ବିଜେଡି-ଭାଜପା-ଜେଏମ୍‌ଏମ୍‌ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି କୁହାଯାଉଛି। ଏଠାରେ ଡ. ଦେବାଶିଷ ମାର୍ଣ୍ଡିଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ଭାଜପା ବିଶ୍ୱେଶ୍ୱର ଟୁଡୁଙ୍କୁ ଟିକେଟ ଦେଇଛି। ଅପରପକ୍ଷରେ କଂଗ୍ରେସ-ଜେଏମ୍‌ଏମ୍‌ ପକ୍ଷରୁ ଅଞ୍ଜଳି ସୋରେନ୍‌ଙ୍କୁ ପ୍ରାର୍ଥୀ କରାଯାଇଛି। ଭଦ୍ରକ ଲୋକ ସଭା ଆସନରେ ଭାଜପା ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି। ଅପରପକ୍ଷରେ ବିଜେଡି ପକ୍ଷରୁ ନବାଗତା ମଞ୍ଜୁଲତା ମଣ୍ଡଳ ଏବଂ କଂଗ୍ରେସ ପକ୍ଷରୁ ମଧୁସ୍ମିତା ସେଠୀ ପ୍ରାର୍ଥୀ ହୋଇଛନ୍ତି। ଜଗତ୍‌ସିଂହପୁର ଲୋକ ସଭାରେ ବିଜେଡି ପକ୍ଷରୁ ରାଜଶ୍ରୀ ମଲିକଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଭାଜପା ବିଭୁ ତରାଇଙ୍କୁ ଟିକେଟ ଦେଇଛି। କଂଗ୍ରେସ ଏହି ଆସନ ଲାଗି ପ୍ରତିମା ମଲିକଙ୍କୁ ପ୍ରାର୍ଥୀ କରିଛି। ଯାଜପୁର ଲୋକ ସଭା ଆସନରେ ବିଜେଡି ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ କରିଛି। ସେହିପରି ସେହି ଆସନରେ ଭାଜପା ପକ୍ଷରୁ ଅମିୟ ମଲ୍ଲିକ ଏବଂ କଂଗ୍ରେସ ପକ୍ଷରୁ ମାନସ ଜେନା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ଏହି ପର୍ଯ୍ୟାୟରେ କେତେକ ବିଧାନସଭା ଆସନ ଉପରେ ସ୍ବତନ୍ତ୍ର ନଜର ରହିବ। ଜଗତ୍‌ସିଂହପୁର ଜିଲାର ପାରାଦୀପରେ ବିଜେଡିର ସମ୍ବିତ ରାଉତରାୟ ଏବଂ କଂଗ୍ରେସର ବାପି ସର୍ଖେଲଙ୍କ ମଧ୍ୟରେ ଲଢ଼େଇ ହେଉଛି। ସେହିପରି ବାଲିକୁଦା-ଏରସମାରେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଭାଜପା ଟିକେଟରେ ଲଢୁଛନ୍ତି। ତାଙ୍କ ବିରୋଧରେ ବିଜେଡି ରଘୁନନ୍ଦନ ଦାସଙ୍କୁ ପ୍ରାର୍ଥୀ କରିଛି। ତେଣୁ ଜଗତ୍‌ସିଂହପୁର ଜିଲାର ଏହି ଆସନ ଉପରେ ସମସ୍ତଙ୍କ ନଜର ରହିଛି। କେନ୍ଦ୍ରାପଡ଼ା ବିଧାନସଭା ଆସନରେ ବିଜେଡି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ପ୍ରାର୍ଥୀ କରିଛି। ସେଠାରେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଗଣେଶ୍ୱର ବେହେରାଙ୍କୁ ପ୍ରାର୍ଥୀ କରାଯାଇଛି। ତେଣୁ କେନ୍ଦ୍ରାପଡ଼ା ବିଧାନସଭା ଫଳାଫଳ ରାଜ୍ୟ ରାଜନୀତିକୁ ଉଷ୍ମ କରିବ ବୋଲି କୁହାଯାଉଛି। ଅନ୍ୟମାନଙ୍କ ମଧ୍ୟରେ ଭଣ୍ଡାରିପୋଖରୀରୁ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଚାନ୍ଦବାଲିରୁ ମନମୋହନ ସାମଲ, ଧାମନଗରରୁ ବିଷ୍ଣୁ ସେଠୀ, ବସ୍ତାରୁ ରଘୁ ମହାନ୍ତି, ସୋରରୁ ସୁରେନ୍ଦ୍ର ପରମାଣିକ, ଯାଜପୁରରୁ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ, ବଡ଼ଚଣାରୁ ଅମର ଶତପଥୀ, ମାହାଙ୍ଗାରୁ ପ୍ରତାପ ଜେନା ଏବଂ ସିମୁଳିଆରୁ ଅନନ୍ତ ସେଠୀଙ୍କ ଭଳି ପ୍ରମୁଖ ହେଭିୱେଟ୍‌ ନିର୍ବାଚନ ଲଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହରିୟାଣା ବିଧାନସଭା ନିର୍ବାଚନ ନେଇ ପ୍ରକାଶ ପାଇଲା ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା, ମୁଖ୍ୟମନ୍ତ୍ରୀଙ୍କ ଆସନ ପରିବର୍ତ୍ତନ

ଚଣ୍ଡୀଗଡ଼,୪ା୯: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭାଜପା ତା’ର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଥମ ତାଲିକାରେ ୬୭ ଜଣ ପ୍ରାର୍ଥୀଙ୍କ ନାମ...

୩୭୦ ଧାରା ହଟିବା ପରେ ଜମ୍ମୁ-କଶ୍ମୀରରେ ହେବ ପ୍ରଥମଥର ଭୋଟ୍‌: ଆଜି ତାରିଖ ଘୋଷଣା

ନୂଆଦିଲ୍ଲୀ,୧୬ା୮: ନିର୍ବାଚନ ଆୟୋଗ ଶୁକ୍ରବାର ବିଧାନସଭା ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା କରିବାକୁ ଯାଉଛନ୍ତି। ଜମ୍ମୁ-କଶ୍ମୀର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ତାରିଖ ଆଜି ଘୋଷଣା ହେବାର...

ମୋହନ ମାଝୀଙ୍କ ଶପଥ ଗ୍ରହଣ LIVE

ଭୁବନେଶ୍ୱର,୧୨।୬: ଆଉ କିଛି ସମୟର ଅପେକ୍ଷା। ଓଡ଼ିଶା ପାଇବାକୁ ଯାଉଛି ନୂଆ ମୁଖ୍ୟମନ୍ତ୍ରୀ। ଭାରତୀୟ ଜନତା ପାର୍ଟିର ପ୍ରଥମ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ...

ଖଣି ଦୁର୍ନୀତି କଥା ଉଠାଇ ବୋମାମାଡ଼ର ଶିକାର ହୋଇଥିଲେ ମୋହନ

ଭୁବନେଶ୍ୱର/କେନ୍ଦୁଝର,୧୨ା୬ (ସୁନିତ୍‌ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲାର ଟାଣୁଆ ନେତା ତଥା ବିଧାୟକ ମୋହନ ଚରଣ ମାଝୀ ଓଡ଼ିଶାର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ...

ଓଡ଼ିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବେ ପ୍ରଭାତୀ ପରିଡ଼ା, ଜାଣନ୍ତୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା, ରାଜନୈତିକ ଯାତ୍ରା…

ନିମାପଡ଼ା,୧୧।୬ (ବିଚିତ୍ରାନନ୍ଦ ସାହୁ): ନିମାପଡ଼ା ମାଟିର ବୋହୂ ତଥା ନିମାପଡ଼ା ନିର୍ବାଚନମଣ୍ଡଳୀର ପ୍ରଥମ ମହିଳା ବିଧାୟିକା ପ୍ରଭାତୀ ପରିଡ଼ା ରାଜ୍ୟର ନୂତନ ଭାଜପା ସରକାରରେ ଉପମୁଖ୍ୟମନ୍ତ୍ରୀ...

ଭାଜପାର ପ୍ରଥମ ସରକାରରେ କିଏ ସବୁ ହେବେ ମନ୍ତ୍ରୀ: ଲିଷ୍ଟ୍‌ରେ ଅଛି ଏସବୁ ନାଁ

ଭୁବନେଶ୍ୱର,୧୧।୬:ରାଜ୍ୟରେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ସସ୍‌ପେନ୍ସ ଲାଗି ରହିଛି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଆଜି ବିଧାୟକ ଦଳ ବୈଠକ ୪ଟା ୩୦...

କିଏ ହେବେ ମୁଖ୍ୟମନ୍ତ୍ରୀ? ଆଜି ହୋଇଯିବ ସ୍ପଷ୍ଟ

ଭୁବନେଶ୍ୱର,୧୧ା୬(ସୁନିତ୍‌ ମିଶ୍ର):ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ବିଧାୟକ ଦଳ ବୈଠକ ୪ଟା ୩୦ ମିନିଟ୍‌ରେ ଅନୁଷ୍ଠିତ ହେବ। ଏହି ବୈଠକରେ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରରୁ ଦାୟିତ୍ୱ...

ନୂଆ ମୁଖ୍ୟମନ୍ତ୍ରୀ କେତେବେଳେ ନେବେ ଶପଥ: ହେଲା ସମୟ ନିର୍ଘଣ୍ଟ

ଭୁବନେଶ୍ବର,୧୦।୬: ଓଡ଼ିଶାରେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସ୍‌ପେନ୍ସ ଲାଗିରହିଛି। ଭୁବନେଶ୍ୱରରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ବୈଠକ ପରେ ବୈଠକ ଚାଲିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri