ଭୁବନେଶ୍ୱର, ୨୩।୪(ବ୍ୟୁରୋ): କରୋନା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗୁରୁବାର ସନ୍ଧ୍ୟାରେ ଏକ ବଡ଼ ଘୋଷଣା କରିଛନ୍ତି। ୩ ଜିଲାକୁ ସମ୍ପୂର୍ଣ୍ଣ ସଟ୍ଡାଉନ୍ କରାଯାଇଛି। ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲା ୬୦ ଘଣ୍ଟା ପାଇଁ ସଟ୍ଡାଉନ ରହିବ। ଗୁରୁବାର ରାତି ୧୦ଟାରୁ ୨୬ ତାରିଖ ଦିନ ୧୦ଟା ଯାଏ ଏହି ସଟ୍ଡାଉନ ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ପୂର୍ବରୁ ଭୁବନେଶ୍ୱରରେ ଯେପରି ୪୮ ଘଣ୍ଟା ପାଇଁ ସଟ୍ଡାଉନ୍ ଜାରି ହୋଇଥିଲା ଠିକ୍ ସେହିପ୍ରକାରେ କର୍ଫ୍ୟୁଭଳି ଲାଗୁ ହେବ। ସମସ୍ତ ଦୋକାନ, ବଜାର ବନ୍ଦ ରହିବ। ନିର୍ଦ୍ଦିଷ୍ଟ କିଛି ଔଷଧ ଦୋକାନ ଛଡ଼ା ଅନ୍ୟ ସବୁ ବନ୍ଦ ରହିବ।
Posted inକରୋନା ଭାଇରସ୍, ରାଜ୍ୟ