Posted inଖେଳ

୬୦ ବର୍ଷରୁ କମ୍‌, ୨ ବର୍ଷର ଅଭିଜ୍ଞତା ଥିଲେ ହୋଇପାରିବ କୋଚ୍‌

ନୂଆଦିଲ୍ଲୀ, ୧୬।୭ (ପି.ଟି.)- ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକଙ୍କ ସମେତ ସପୋର୍ଟ ଷ୍ଟାଫ୍‌ ଲାଗି ମଙ୍ଗଳବାର ବିଧିବଦ୍ଧ ଭାବେ ଦରଖାସ୍ତ ଆହ୍ବାନ କରିଛି। ଭାରତୀୟ ଦଳର ହାଇପ୍ରୋଫାଇଲ ପଦ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି ପାଇଁ ବିସିସିଆଇ ଏହାର ଯୋଗ୍ୟତା ମାନଦଣ୍ଡ ମଧ୍ୟ ନିର୍ଦ୍ଧାରିତ କରିଛି। ଜଣେ ବ୍ୟକ୍ତି ୬୦ ବର୍ଷରୁ କମ୍‌ ବୟସ ହୋଇଥିବା ସହ ଅନ୍ତର୍ଜାତୀୟସ୍ତରରେ ଅତିକମ୍‌ରେ ୨ ବର୍ଷର କୋଚିଂ ଅଭିଜ୍ଞତା ରହିଥିଲେ ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିବାକୁ ସମର୍ଥ ହୋଇପାରିବେ ବୋଲି ଜଣାପଡ଼ିଛି। ଏଥିସମେତ ବ୍ୟାଟିଂ, ବୋଲିଂ, ଫିଲ୍ଡିଂ, କଣ୍ଡିଂସନିଂ ପ୍ରଶିକ୍ଷକ, ପ୍ରଶାସନିକ ମ୍ୟାନେଜର ଏବଂ ଫିଜିଓଥେରାପିଷ୍ଟ ପଦବୀ ପାଇଁ ମଧ୍ୟ ବିସିସିଆଇ ଦରଖାସ୍ତ ଆହ୍ବାନ କରିଛି। ଏହି ସମସ୍ତ ପଦବୀ ଲାଗି ଆବେଦନ କରିବାର ଅନ୍ତିମ ସମୟ ଜୁଲାଇ ୩୦ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିଛି।
୨୦୧୭ରେ ରବି ଶାସ୍ତ୍ରୀ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି ହେବା ପୂର୍ବରୁ ଭାରତୀୟ ଦଳର ସପୋର୍ଟ ଷ୍ଟାଫ୍‌ ଲାଗି ୯ଟି ଯୋଗ୍ୟତା ମାନଦଣ୍ଡ ରଖିଥିଲା। କିନ୍ତୁ ଏଥର ମୁଖ୍ୟ ପ୍ରଶିକ୍ଷକ ସମେତ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ପ୍ରଶିକ୍ଷକ ଲାଗି କେବଳ ୩ଟି ଯୋଗ୍ୟତା ମାନଦଣ୍ଡ ରଖିଛି। ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଜଣେ ଅତିକମ୍‌ରେ ୨ ବର୍ଷ ଧରି ଗୋଟିଏ ଟେଷ୍ଟ ଖେଳୁଥିବା ଦେଶର କିମ୍ବା ୩ ବର୍ଷ ଧରି ଆସୋସିଏଶଟ୍‌ ସଦସ୍ୟ ରାଷ୍ଟ୍ର/ଏ’ ଟିମ୍‌/ ଆଇପିଏଲ୍‌ ଦଳର ପ୍ରଶିକ୍ଷକ ରହିଥିବା ଆବଶ୍ୟକ। ଏଥିସହିତ ଆବେଦନକାରୀଙ୍କର ଅତିକମ୍‌ରେ ୩୦ ଟେଷ୍ଟ କିମ୍ବା ୫୦ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଖେଳିଥିବାର ଅଭିଜ୍ଞତା ରହିଥିବା ଜରୁରୀ। ବ୍ୟାଟିଂ, ବୋଲିଂ ଓ ଫିଲ୍ଠିଂ ପ୍ରଶିକ୍ଷକ ପଦବୀ ଲାଗି ମ୍ୟାଚ୍‌ ଖେଳିବା ସଂଖ୍ୟାକୁ ଛାଡ଼ିଦେଲେ ବାକି ସମସ୍ତ ଯୋଗ୍ୟତା ମାନଦଣ୍ଡ ସମାନ ରହିଛି। ଏହି ୩ଟି ବିଭାଗର ଆବେଦନକାରୀ ଅତିକମ୍‌ରେ ୧୦ ଟେଷ୍ଟ କିମ୍ବା ୨୫ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଖେଳିବାର ଅଭିଜ୍ଞତା ରହିଥିବା ଆବଶ୍ୟକ। ସେହିଭଳି ସପୋର୍ଟ ଷ୍ଟାଫ୍‌ ପାଇଁ ବୟସ ସମୟସୀମା ୬୦ ରହିଛି। ଭାରତୀୟ ଦଳର ଆଗାମୀ ଓ୍ବେଷ୍ଟଇଣ୍ଡିଜ ଟୁର୍‌କୁ ନଜରରେ ରଖି ଶାସ୍ତ୍ରୀଙ୍କ ସମେତ ବର୍ତ୍ତମାନ ସପୋର୍ଟ ଷ୍ଟାଫ୍‌ ରହିଥିବା ଭରତ ଅରୁଣ (ବୋଲିଂ କୋଚ୍‌), ସଞ୍ଜୟ ବାଙ୍ଗର (ବ୍ୟାଟିଂ) ଓ ଆର୍‌. ଶ୍ରୀଧର (ଫିଲ୍ଡିଂ)ଙ୍କ ସମୟସୀମାକୁ ୪୫ ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ସେମାନେ ସେମାନଙ୍କ ପଦବୀରେ ରହିବେ। ଏଥିସହ ସପୋର୍ଟ ଷ୍ଟାଫ୍‌ ନିଯୁକ୍ତି ଲାଗି ସେମାନେ ବିସିସିଆଇ ନିକଟରେ ପୁନଃ ଆଦେବନ କରିପାରିବେ ବୋଲି ଜଣାପଡ଼ିଛି। ଏଠାରେ ଉଲ୍ଲେଖଯୋଗ୍ୟ, ବିବାଦୀୟ ଘଟଣାକ୍ରମେ ଅନିଲ କୁମ୍ବଲେ ୨୦୧୭ରେ ଭାରତୀୟ ଦଳ ଛାଡ଼ିବା ପରେ ଶାସ୍ତ୍ରୀଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା। ୫୭ ବର୍ଷୀୟ ଶାସ୍ତ୍ରୀ ଏଥିପୂର୍ବରୁ ଅଗଷ୍ଟ ୨୦୧୪ରୁ ୨୦୧୬ ଜୁନ୍‌ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍‌ ଦଳର ଡିରେକ୍ଟର ରହିଥିଲେ। ତେବେ ଶାସ୍ତ୍ରୀଙ୍କ ପ୍ରଶିକ୍ଷଣ କାଳରେ ଭାରତ ଆଇସିସିର ଗୋଟିଏ ହେଲେ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ଜିତିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସମସ୍ତଙ୍କ ସାମ୍ନାରେ ନିଜର ଭୁଲ ସ୍ବୀକାର କଲେ କୋହଲି, କହିଲେ-ହଁ, ମୁଁ…

ନୂଆଦିଲ୍ଲୀ,୨୬।୧୨: ବର୍ଡର-ଗାଭାସ୍କର ଟ୍ରଫିରେ କ୍ରିକେଟର ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ପର୍ଥ ଟେଷ୍ଟରେ ଶତକ ଲଗାଇଥିଲେ ହେଁ ଆଗାମୀ ୩...

ପ୍ରଥମ ଦିନରେ ଅଷ୍ଟ୍ରେଲିଆର ଆଧିପତ୍ୟ ଜାରି: ୪ ବ୍ୟାଟ୍ସମ୍ୟାନ୍‌ ହାସଲ କଲେ ଅର୍ଦ୍ଧଶତକ

ମେଲବୋର୍ନ,୨୬।୧୨: ମେଲବୋର୍ନରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟର ପ୍ରଥମ ଦିନ ଆୟୋଜକ ଅଷ୍ଟ୍ରେଲିଆ ନାମରେ ହୋଇଥିଲା। ପାଞ୍ଚ ମ୍ୟାଚ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚରେ ୧୯...

ଏହି କାମ ପାଇଁ କୋହଲିଙ୍କ ଉପରେ ଲାଗିଲା ଜୋରିମନା

ମେଲବୋର୍ନ,୨୬।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ବିରାଟ କୋହଲି ପ୍ରଥମ ଅଧିବେଶନରେ ସାମ କନଷ୍ଟାସଙ୍କ ସହ ମୁହାଁମୁହିଁ ହୋଇଥିଲେ। ପଡ଼ିଆରେ ଝଗଡା...

୧,୧୧୨ ଦିନ ପରେ ଭାଙ୍ଗିଲା ରେକର୍ଡ: ବୁମ୍‌ରାଙ୍କ ମୁଣ୍ଡବିନ୍ଧା ବଢାଇଲେ ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌

ମେଲବୋର୍ନ,୨୬।୧୨: ଡିସେମ୍ବର ୨୬ରୁ ବକ୍ସିଂ ଡେ ଟେଷ୍ଟ ଆରମ୍ଭ ହୋଇଛି। ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଏହା ହେଉଛି ଚତୁର୍ଥ ଟେଷ୍ଟ ମ୍ୟାଚ। ଭାରତ ଏବଂ ଅଷ୍ଟ୍ରେଲିଆ...

ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ କାହିଁକି ଖେଳାଯାଏ, ଜାଣନ୍ତୁ ଏହା ପଛର ଇତିହାସ

ମେଲବୋର୍ନ, ୨୬।୧୨: ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ଆଜିଠାରୁ ଆରମ୍ଭ ହୋଇଛିଛି। ତେବେ ଏହି ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌...

ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ: ଅଷ୍ଟ୍ରେଲିଆର ଦମ୍‌ଦାର ଆରମ୍ଭ

ମେଲବୋର୍ନ,୨୬।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ ହୋଇଛି। ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଟସ ଜିତି ପ୍ରଥମେ...

‘ସାଣ୍ଟା କ୍ଲଜ୍’ ବେଶରେ ଆସି ଇଣ୍ଟରନେଟରେ ନିଆଁ ଲଗାଇଲେ ଧୋନୀ

ଭୁବନେଶ୍ୱର,୨୫।୧୨: ଭାରତର କିମ୍ବଦନ୍ତୀ ଅଧିନାୟକ ପୁଣିଥରେ ଇଣ୍ଟରନେଟ୍ ନିଆଁ ଲଗାଇଛନ୍ତି। ଖ୍ରୀଷ୍ଟମାସରେ ଏକ ନୂତନ ଅବତାରରେ ଆଶି ସେ ସମସ୍ତଙ୍କୁ ଚମକି ଦେଇଛନ୍ତି। ଧୋନି ପାଞ୍ଚ...

”ପ୍ରଥମ ଦେଖାରେ ପ୍ରେମ”, ବିମାନରେ ଦେଖା ହେବା ପରେ ବିବାହ କରିବାକୁ ନେଇଥିଲେ ନିଷ୍ପତ୍ତି

ହାଇଦ୍ରାବାଦ: ଭାରତର ଷ୍ଟାର ସଟଲର ପିଭି. ସିନ୍ଧୁ ନିକଟରେ ଭେଙ୍କଟ୍ଟ ଦତ୍ତ ସାଇଙ୍କୁ ବିବାହ କରିଛନ୍ତି। ନିକଟତମ ସମ୍ପର୍କୀୟଙ୍କ ଗହଣରେ ଡିସେମ୍ବର ୨୨ ରେ ସେମାନଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri