୬୦୦ କିଲୋମିଟର ସାଇକେଲ ଚଳାଇ ସଲମାନ୍‌ଙ୍କୁ ଭେଟିଲେ ପ୍ରଶଂସକ

ଗୁଆହାଟି, ୧୪।୨: ଚଳିତବର୍ଷ ଫିଲ୍ମ ଫେୟାର ମୁମ୍ବାଇରେ ନ ହୋଇ ଆସାମର ରାଜଧାନୀ ଗୁଆହାଟିଠାରେ ଅନୁଷ୍ଠିତ ହେବ। ଫେବୃୟାରୀ ୧୫ ଏବଂ ୧୬ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପୂର୍ବରୁ ବିଜେତାଙ୍କ ନାମ ଘୋଷଣା ହୋଇସାରିଛି। ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ର ଅନ୍ୟ ଷ୍ଟାରମାନଙ୍କ ସହ ସଲମାନ୍‌ ମଧ୍ୟ ଯୋଗଦେବେ। ଏହି ସୁଯୋଗରେ ସଲମାନଙ୍କ ଜଣେ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ୬୦୦ କିଲୋମିଟର ସାଇକେଲ ଚଲାଇ ଗୁଆହାଟିରେ ପହଞ୍ଚିଛନ୍ତି। ତିନ୍‌ସୁକିଆ ଜିଲାର ଜୁଗୁନ୍‌ରେ ରହୁଥିବା ଭୂପେନ୍‌ ଲିକ୍ସନ ୮ ଫେବୃୟାରୀରେ ଏହି ସାଇକେଲ ଯାତ୍ରା ଆରମ୍ଭ କରିଥିଲେ। ସେ ନିଜ ସାଥୀରେ ସଲମାନଙ୍କ ଏକ ବଡ଼ ଫଟୋ ମଧ୍ୟ ଆଣିଛନ୍ତି। ୫୨ ବର୍ଷୀୟ ଭୂପେନ୍‌ ସଲମାନଙ୍କ ଜଣେ ବଡ଼ ପ୍ରଶଂସକ।
୨୦୧୩ରେ ଭୂପେନ ସାଇକେଲ୍‌ ହ୍ୟାଣ୍ଡେଲ୍‌ ନ ଧରି ୪୮ କିଲୋମିଟର ଯାତ୍ରା କରିଥିଲେ। ତାଙ୍କର ଏହି ରେକର୍ଡ ‘ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ’ରେ ସ୍ଥାନ ପାଇଛି। ସଲମାନ ସାଇକ୍ଲିଂକୁ ପସନ୍ଦ କରୁଥିବାରୁ ଭୂପେନ୍‌ ଏପରି ତରିକା ଆପଣାଇଛନ୍ତି। ଏବେ ବି ବେଳେବେଳେ ସଲମାନ ମୁମ୍ବାଇ ଗଳିକନ୍ଦିରେ ସାଇକେଲ ଚଳାଉଥିବା ନଜର ଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ନାହାନ୍ତି ଲୋକପ୍ରିୟ ତାମିଲ ଅଭିନେତା ଦିଲ୍ଲୀ ଗଣେଶ

ଚେନ୍ନାଇ,୧୦।୧୧: ପରପାରିରେ ଭେଟେରାନ ତାମିଲ ଅଭିନେତା ଦିଲ୍ଲୀ ଗଣେଶ। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଅଭିନେତାଙ୍କ...

‘ସିକନ୍ଦର’ ସେଟରେ ବଢିଲା ସଲମାନଙ୍କ ସୁରକ୍ଷା, ଲରେନ୍ସ ଗ୍ୟାଙ୍ଗର ଧମକ ପରେ…

ମୁମ୍ବାଇ,୧୦।୧୧: ବଲିଉଡ ଦବଙ୍ଗ ସଲମାନ ଖାନ ଏବଂ ରଶ୍ମିକା ମନ୍ଦାନା ଆଗାମୀ ଫିଲ୍ମ ‘ସିକନ୍ଦର’ର ସୁଟିଂ ପାଇଁ ହାଇଦ୍ରାବାଦର ଫାଲକନୁମା ପ୍ୟାଲେସରେ ପହଞ୍ଚିଛନ୍ତି। ଫିଲ୍ମର ସୁଟିଂ...

ଆମେ ଏବେ ବି ପରିବାର, ୫ ମାସ ହେବ ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ପରେ ନତାଶା ନେଲେ ୟୁଟର୍ନ!

ନୂଆଦିଲ୍ଲୀ,୧୦।୧୧: ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ଏବଂ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ଅତୀତରେ ଅନେକ ଚର୍ଚ୍ଚାରେ ଥିଲା। ପ୍ରାୟ ୫ମାସ ପୂର୍ବେ,...

ନବଜାତ ଶିଶୁ କାନ୍ଦନ୍ତି କାହିଁକି: କ’ଣ କୁହେ ବିଜ୍ଞାନ, ପୁରାଣ…

ଅସହନୀୟ ପ୍ରସବ ଯନ୍ତ୍ରଣା ପରେ ମା’ ଜନ୍ମଦିଏ ସନ୍ତାନକୁ। ଆଉ ଯେବେ ସେ ଶୁଣେ ଶିଶୁର ପ୍ରଥମ କୁଆଁ କୁଆଁ କାନ୍ଦ ତା’ ମନରେ ଭରିଯାଏ...

ପିଲା ମୋବାଇଲ ଛାଡି ବହି ଧରନ୍ତୁ

ଖବରକାଗଜ ଓ ପତ୍ରପତ୍ରିକା ବିନା ଏକ ଆଧୁନିକ ସମାଜର କଥା ଚନ୍ତା କରାଯାଇ ନ ପାରେ। ଯାହାକୁ ଖୁବ୍‌ ଭଲଭାବେ ଅନୁଭବ କରିଛନ୍ତି ଅନେକ ମଣିଷ।...

ପ୍ରଥମ ଦରମା ଟଙ୍କା ନେଇ ବାପାଙ୍କ ହାତରେ ଦେଇଥିଲି: ସାହିତି୍ୟକ ତଥା ପ୍ରଶାସନିକ ଅଧିକାରୀ ଧନଞ୍ଜୟ ସ୍ବାଇଁ

୧୯୯୦ ମସିହାର କଥା। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲା ପରେ ଅବିଭକ୍ତ କୋରାପୁଟ ଜିଲାରେ ପ୍ରଶିକ୍ଷଣ ନେବା ପାଇଁ ସଚିବାଳୟରୁ ଡାକରା ଆସିଲା।...

ପ୍ରେମ ସରିଲା, ଟାଟୁ ଲିଭିଲା

ପ୍ରେମ ଯେତେବେଳେ ହୁଏ ଚାରିଆଡ ଲାଗେ ପ୍ରେମମୟ। ମନ କହେ ସେଇ ମଣିଷଟି ହିଁ ସବୁଠୁ ନିଜର। ସେ ସାଥୀ ସାତ ଜନ୍ମର। ଏଇ ପ୍ରେମକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri