୬,୮୧୭ ଜଣ ସରକାରୀ ଅଫିସରଙ୍କ ନାଁରେ ଭିଜିଲାନ୍ସ ମାମଲା: ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ରାଜ୍ୟ ଭିଜିଲାନ୍ସ ବିଭାଗ ୬ ହଜାର ୮୧୭ ଜଣ ସରକାରୀ ଅଫିସରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ନେଇ ମାମଲା ରୁଜୁ କରିଛି। ୨୦୧୯ ସେପ୍ଟେମ୍ବର ସୁଦ୍ଧା ରୁଜୁ ହୋଇଥିବା ଏହି ମାମଲାରେ ୮୯୫ଜଣ ପ୍ରଥମ ଶ୍ରେଣୀ କର୍ମଚାରୀ, ୭୯୮ଜଣ ଦ୍ୱିତୀୟ ଶ୍ରେଣୀ, ୩ହଜାର ୫୩୫ଜଣ ତୃତୀୟ ଶ୍ରେଣୀ ଓ ୧୯୩ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି। ଏହାସହ ସରକାରୀ ଅଫିସରେ କାର୍ଯ୍ୟକରୁଥିବା ୧୩୯୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ବିଧାନସଭାରେ ବିଧାୟକ ସୁଧୀର ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ତର ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୂଚନାନୁସାରେ, ଏହିସବୁ ମାମଲା କୋର୍ଟରେ ବିଚାରାଧୀନ ରହିଛି। କିପରି ଏହି ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୋଧରେ ସଜା ହେବ ସେନେଇ ମଧ୍ୟ ସରକାର ପ୍ରସିକ୍ୟୁଶନ ଲିଆସନିଂ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି। ଏହିସବୁ ମାମଲାର ବିଚାର ଶୀଘ୍ର ସାରିବା ପାଇଁ ବିଭିନ୍ନ ଭିଜିଲାନ୍ସ ଡିଭିଜନ୍‌ର ଏସ୍‌ପି ପ୍ରତି ମାସରେ ସ୍ପେଶାଲ ଭିଜିଲାନ୍ସ କୋର୍ଟକୁ ଯାଇ ଯୋଗାଯୋଗ କରିବା ସହ ମିଟିଂ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୧ରେ ବରଗଡ଼ ବନ୍ଦ, ବଢୁଛି ସମର୍ଥନ

ବରଗଡ଼୨୦।୧(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରା ଦେଖିବାକୁ ଆସିଥିବା ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାକୁ...

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ: ସୁଭଦ୍ରା ଯୋଜନା, ଶୀତଳଭଣ୍ଡାର, ଆୟୁଷ୍ମାନ ଭାରତ ଆଦି ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ଏପରି ନିର୍ଦ୍ଦେଶ

ଭୁବନେଶ୍ୱର,୨୦।୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଖାରବେଳ ଭବନ ଠାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଏହିମାନଙ୍କୁ ମିଳିବ ଘର, ଦୁଇ ଚକିଆ ଯାନ, ଫ୍ରିଜ୍‌ ଥିଲେ…

ଭୁବନେଶ୍ୱର,୨୦।୧: ରାଜ୍ୟରେ ୨୪ ତାରିଖରୁ ପ୍ରଧାନମନ୍ତୀ ଆବାସ ଆବାସ ସର୍ଭେ କାର୍ଯ୍ୟ ଆରମ୍ଭ ହେବ। ସର୍ଭେ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ସୂଚନା ଦେଇଛନ୍ତି।...

ଧନୁଯାତ୍ରାରୁ ନିଖୋଜ ଯୁବତୀଙ୍କୁ ବଳାତ୍କାର ମାମଲା: ଭାଜପା କହିଲା, ଫେରାର ମୁଖ୍ୟ ଅଭିଯୁକ୍ତ ବିଜେଡ଼ି ନେତାଙ୍କ…

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଥିବା ସମୟରେ ନିଖୋଜ ଯୁବତୀଙ୍କୁ ଅପହରଣ, ବଳତ୍କାର ଏବଂ ହତ୍ୟା ଉଦ୍ୟମ ମାମଲାକୁ ନେଇ ଚର୍ଚ୍ଚା ଥମିବାର ନାଁ...

ପ୍ରସ୍ତୁତ ହେଲା ପଠାଣି ସାମନ୍ତ ପ୍ଲାନେଟୋରିୟମ: ଜାନୁଆରି ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଦେଖିହେବ ଗ୍ରହପୁଞ୍ଜ

ଭୁବନେଶ୍ୱର,୨୦।୧: ଆମ ସୌର ଜଗତର ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପଚୁନ୍ ଓ ୟୁରେନସ୍ ସମେତ ୬ଟି ଗ୍ରହଙ୍କୁ ନେଇ ବିରଳ ମହଜଗତିକ ଦୃଶ୍ୟ ଆସନ୍ତା...

ସୀମାନ୍ତରେ ପୁଣି ଗୁଳି ବିନିମୟ: ୨ ମାଓବାଦୀ ନିହତ, ଜଣେ ଯବାନ ଆହତ

ନୂଆପଡ଼ା,୨୦ା୧(ମକାରୁ ବେମାଲ): କିଛିଦିନର ବ୍ୟବଧାନ ପରେ ଛତିଶଗଡ-ନୂଆପଡ଼ା ଜିଲା ସୀମାନ୍ତରେ ପୁଣି ମାଓବାଦୀ ଓ ଯୁବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣେ ମାଓବାଦୀ...

ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି- ୨୦୨୦: ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ବୟସ ଏତିକି ହେବା ଜରୁରୀ

ଭୁବନେଶ୍ୱର,୨୦।୧: ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (NEP) କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି, ରାଜ୍ୟ ସରକାର ପ୍ରଥମ ଶ୍ରେଣୀରୁ ୬ ବର୍ଷରୁ ଅଧିକ...

ଘରେ କେହି ନ ଥିବା ବେଳେ ୮ ମାସର ଗର୍ଭବତୀ ଖୁଡିଙ୍କୁ ବଳାତ୍କାର କଲେ ପୁତୁରା, ପ୍ରତିବାଦ କରିବାରୁ…

ବାଲିଗୁଡା,୨୦।୧: (ସଞ୍ଜୟ କୁମାର ପାଣିଗ୍ରାହୀ): ୮ ମାସର ଗର୍ଭବତୀ ଖୁଡିଙ୍କୁ ସମ୍ପର୍କୀୟର ଜଣେ ପୁତୁରା ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି।  ଏପରିକି ଗର୍ଭବତୀ ଖୁଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image