୭ମ ଥର ପାଇଁ ଅଣ୍ଡା ଦେଲା ‘ଗୋରୀ’

ରାଜନଗର,୨୫ା୬(ଡି.ଏନ୍‌.ଏ.)- କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ ଡାଙ୍ଗମାଳ ବଉଳା କୁମ୍ଭୀର ସଂରକ୍ଷଣ କେନ୍ଦ୍ରରେ ବସବାସ କରୁଥିବା ୪୫ ବର୍ଷୀୟ ଶଙ୍ଖୁଆ ବଉଳା କୁମ୍ଭୀର ‘ଗୋରୀ’ ୨ ଦଶନ୍ଧି ପରେ ପୁନର୍ବାର ଅଣ୍ଡା ଦେଇଛି । ଗତ ୨୨ ତାରିଖରେ ଗୋରୀ ସପ୍ତମ ଥର ପାଇଁ ଅଣ୍ଡାଦାନ କରିଛି। ଅଣ୍ଡା ସଂଖ୍ୟା ଅଦ୍ୟାବଧି ସ୍ପଷ୍ଟ ହୋଇ ନ ଥିବା ବେଳେ ସେଗୁଡିକୁ ସୁରକ୍ଷିତ ରଖିବା ପାଇଁ ଗୋରୀ ବସା ନିକଟରେ ଜଗିବସିଛି। ପୂର୍ବରୁ ସେ ୬ ଥର ଅଣ୍ଡାଦାନ କରିଥିଲେ ମଧ୍ୟ ପୁରୁଷ କୁମ୍ଭୀର ସହ ମିଳନ ହୋଇ ନ ଥିବାରୁ ସେଥିରୁ ଛୁଆ ଫୁଟିବା ପୂର୍ବରୁ ନଷ୍ଟ ହୋଇଯାଇଛି।୨୦୦୭ରେ ୩୧, ୨୦୦୯ରେ ୨୨, ୨୦୧୧ରେ ୧୮, ୨୦୧୩ରେ ୨୨, ୨୦୧୫ରେ ୩୨, ୨୦୧୬ରେ ୨୭ଟି ଅଣ୍ଡା ଦେଇଛି। ଏଥର ଅଣ୍ଡାଗୁଡିକ ନଷ୍ଟ ନ ହେବା ପାଇଁ ବନ ବିଭାଗ ପକ୍ଷରୁ ଯୋଜନା କରାଯାଇଛି। ବନବିଭାଗର କର୍ମଚାରୀମାନେ ଅଣ୍ଡାଗୁଡିକୁ ସଂଗ୍ରହ କରି କୃତ୍ରିମ ଉପାୟରେ ଫୁଟାଇବା ପାଇଁ ପଦକ୍ଷେପ ନେଉଛନ୍ତି।
ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆର ପ୍ରାଣୀ ବୈଜ୍ଞାନିକ ଡ. ଏଚ.ଆର ବଷ୍ଟାର୍ଡଙ୍କ ତତ୍ତ୍ୱାବଧାନରେ ଭିତରକନିକାରେ ଅଭୟାରଣ୍ୟର କୁତ୍ରିମ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ୧୯୭୫ ମସିହାରେ ପ୍ରଥମ ଥର ପାଇଁ ୨୫ଟି ଅଣ୍ଡା ସଂଗ୍ରହ କରାଯାଇ କୃତ୍ରିମ ଉପାୟରେ ଛୁଆ ଫୁଟାଯାଇଥିଲା। ସେଥିରୁ ମାତ୍ର ୨ଟି ମାଈ କୁମ୍ଭୀର ଛୁଆ ହୋଇଥିଲଶ ବେଳେ ଧଳା ଶଙ୍ଖୁଆ ରଙ୍ଗର ମାଈ କୁମ୍ଭୀର ନାମ ଗୋରୀ ରଖାଯାଇଥିଲା। ୧୯୮୭ରେ ହାଇଦ୍ରାବାଦରୁ ଏକ ଅଣ୍ଡିରା କୁମ୍ଭୀର ଅଣାଯାଇ ଗୋରୀ ସହ ମିଳନ କରାଯାଇଥିଲା। ମାତ୍ର ଗୋରୀର ଆକ୍ରମଣରେ ଅଣ୍ଡିରା କୁମ୍ଭୀରର ମୃତ୍ୟୁ ଘଟିଥିଲା। ଏହାପରେ ୧୯୯୦ରେ କାଣୀ ଓ ୧୯୯୨ରେ ଅଷ୍ଟ୍ରେଲିଆର ଭଏଟର ନାମକ ଅନ୍ୟ ଏକ ଅଣ୍ଡିରା କୁମ୍ଭୀର ଆଣି ଗୋରୀ ସହ ଛଡ଼ା ଯାଇଥିଲା। ମାତ୍ର ଗୋରୀ ଆକ୍ରମଣରେ ସେମାନେ ଆହତ ହୋଇଥିଲେ। ଏବେ ପୁନର୍ବାର ଗୋରୀ ଅଣ୍ଡା ଦେଇଥିବାରୁ ଏଥିରୁ ଛୁଆ ଫୁଟିବ ବୋଲି ବନ ବିଭାଗ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଦୋକାନରୁ ଚୋରି ଘଟଣା: ୩୦ ମୋବାଇଲ ସମେତ ୭୧୦୦ ଟଙ୍କା ଜବତ

ଭବାନୀପାଟଣା,୧୨ା୪: କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଶୁକ୍ରବାର ବିଭିନ୍ନ କମ୍ପାନୀର ୩୦ଟି ଚୋରି ମୋବାଇଲ ସମେତ ନଗଦ ୭୧ଶହ ଟଙ୍କା ଜବତ କରିଛି।...

ଦାଦାଙ୍କ ଗଣ୍ଡିମୁଣ୍ଡ ଅଲଗା କରିଦେଲେ ପୁତୁରା: କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ତଳକଇଁସାରୀ ଗ୍ରାମରେ ଗତକାଲି ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ଗଣ୍ଡଗୋଳକୁ ନେଇ...

ଏଇ ଭାରତରେ

କେରଳର ଆର୍‌. ବିଶ୍ୱନ ମହୁ ଚାଷକରି ବର୍ଷକୁ ୨୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ଫାର୍ମରେ ଏବେ ୬,୦୦୦ ମହୁ ବାକ୍ସ ଅଛି ଓ...

ଓଡ଼ିଶାର ବିକାଶ ଓ ଶ୍ରୀଜଗନ୍ନାଥ

ଗୋଟିଏ ରାଜ୍ୟର ବିକାଶ ବିବିଧ ଉତ୍ସ ଦ୍ୱାରା ହୋଇଥାଏ। ତନ୍ମଧ୍ୟରେ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶା କଳା, ସଂସ୍କୃତି, ପ୍ରାକୃତିକ ପରିବେଶ ତଥା ଧାର୍ମିକ...

Dillip Cherian

ଟାରିଫ୍‌ ଝଡ଼

ଟାରିଫ୍‌ ଝଡ଼କୁ ନିୟନ୍ତ୍ରଣକରିବା ପାଇଁ ବାବୁମାନେ ନିଆରା ତରିକା ଆପଣାଇଛନ୍ତି ଏବଂ ନିକଟରେ ବିଜ୍ଞାନ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଏହାର ଏକ ସ୍ପଷ୍ଟ ଦୃଷ୍ଟାନ୍ତ। ଟ୍ରମ୍ପ୍‌...

ବିଧାନସଭା ନିର୍ବାଚନର ବର୍ଷକ ପୂର୍ବରୁ ବଳିପଡ଼ିଲେ ଆନ୍ନାମଲାଇ

ଚେନ୍ନାଇ/ନୂଆଦିଲ୍ଲୀ,୧୨ା୪:ତାମିଲନାଡ଼ୁ ବିଧାନସଭାର ଆସନ ସଂଖ୍ୟା ୨୩୪। ସରକାର ଗଢ଼ିବା ପାଇଁ କୁହୁକ ସଂଖ୍ୟା ହେଉଛି ୧୧୮। ୨୦୨୧ ଏପ୍ରିଲ ୬ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପୂର୍ବତନ...

ରାଜପଥରେ କିଏ ଛାଡ଼ିଗଲା ବାଇକ୍‌, ଲୋକେ ଭୟଭୀତ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ୫୯ ନଂ ଜାତୀୟରାଜପଥର କାରିପାଙ୍ଗାଠାରେ ଏକ ଅଜଣା ଲୋକ ବାଇକ୍‌ ଛାଡ଼ି ପଲାଇଯାଇଥିବା ନେଇ...

ଭିଜିଲାନ୍ସ କୋର୍ଟରେ ପୂର୍ବତନ ସିଡିପିଓ ଦଣ୍ଡିତ

ଭବାନୀପାଟଣା,୧୨ା୪(ଉତ୍ତମ କୁମାର ଦାଶ): ନୂଆପଡ଼ା ଜିଲା ସିନାପାଲି ବ୍ଲକର ପୂର୍ବତନ ସିଡିପିଓ ବିଜୟା ଲକ୍ଷ୍ମୀ ମାରାଣ୍ଡି ଶୁକ୍ରବାର ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି। ଭବାନୀପାଟଣା ସ୍ବତନ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image