ବଲିଉଡ୍ ଡ୍ରିମ୍ଗର୍ଲ ହେମାମାଳିନୀଙ୍କ ସୌନ୍ଦର୍ଯ୍ୟର ଦିଓ୍ବାନା ଅନେକ ଅଛନ୍ତି। ୭୧ ବର୍ଷରେ ବି ତାଙ୍କ ସ୍କିନ୍ ଚକମୁଛି। ଏହା ଦେଖି ତାଙ୍କ ଫ୍ୟାନ୍ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ତାଙ୍କ ସୌନ୍ଦର୍ଯ୍ୟର ରାଜ୍ କ’ଣ ଜାଣିଛନ୍ତି କି। ହେମା ପ୍ରତିଦିନ ସକାଳୁ ୪୫ ମିନିଟ୍ ଯୋଗ କରନ୍ତି। ଏହା ସହ ଘରେ ୧୦ରୁ ୧୫ ମିନିଟ୍ ସାଇକେଲ୍ ମଧ୍ୟ ଚଲାନ୍ତି। କେବଳ ଏତିକି ନୁହେଁ, ସେ ପ୍ରଚୁର ପାଣି ପିଇଥାନ୍ତି। ଏହାଦ୍ୱାରା ବିଷାକ୍ତ ପଦାର୍ଥ ଗୁଡିକ ଶରୀରରୁ ନିର୍ଗତ ହୋଇଯାଏ। ଫଳରେ ତାଙ୍କ ତ୍ୱଚାରେ ସବୁବେଳେ ଚମକ ରହିଥାଏ ବୋଲି ସେ କହିଛନ୍ତି। ଏହାସହ ସ୍କିନ୍ ଏବଂ କେଶରେ ତେଲ ମାଲିସ୍ କରିବା ଦ୍ୱାରା ଏହାର ଗୁଣବତ୍ତା ବଢିଥାଏ। ଯଥାସମ୍ଭବ ସ୍କିନଙ୍କୁ ମେକ୍ଅପ୍-ଫ୍ରି ରଖିବାକୁ ଚେଷ୍ଟା କରିଥାଏ ବୋଲି ସେ କହିଛନ୍ତି। ପ୍ରାକୃତିକ ଉତ୍ପାଦଗୁଡିକ ସ୍କିନ୍ରେ ଲଗାଇବାକୁ ଚେଷ୍ଟା କରେ। ସୌନ୍ଦର୍ଯ୍ୟ ଭଗବାନଙ୍କ ଉପହାର ଏହାକୁ ଯତ୍ନରେ ରଖିବା ଉଚିତ୍ ବୋଲି ସେ କହିଛନ୍ତି।