ନୂଆଦିଲ୍ଲୀ,୧୭।୪ : ଡଲାର ତୁଳନାରେ ଟଙ୍କା ଲଗାତର ଖସୁଥିବା ନଜରକୁ ଆସିଛି। ଗୁରୁବାର ମଧ୍ୟ ଏହି ଧାରା ଲାଗି ରହିଛି। ଏହି ସମୟରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୩୬ ପଇସା ଖସିବା ଯୋଗୁ ଏହା ରେକର୍ଡ ନିମ୍ନ ସ୍ତର ୭୬.୮୦ଟଙ୍କାକୁ ଖସିଯାଇଛି। ଟଙ୍କା ଗୁରୁବାର ୭୬.୭୫ ସ୍ତରରୁ କାରବାର ଆରମ୍ଭ କରିଥିଲା। କିଛି ସମୟ ପରେ ଏଥିରେ ୩୬ ପଇସା ହ୍ରାସ ଦେଖାଯିବା ସହ ୭୬.୮୦ ପ୍ରତି ଡଲାରରେ ବନ୍ଦ ରହିଛି। ଘରୋଇ ଶେୟାର ବଜାରରେ ହ୍ରାସ ଏବଂ କରୋନା ସଂକ୍ରମଣ ଯୋଗୁ ବଜାରରେ ଉପୁଜିଥିବା ଖରାପ ଅବସ୍ଥା ପାଇଁ ଟଙ୍କା ମୂଲ୍ୟରେ ଏଭଳି ହ୍ରାସ ଦେଖାଯାଇଛି।