Posted inଜାତୀୟ

୮ ବର୍ଷରେ ୭୫୦ ବାଘ ମୃତ

ନୂଆଦିଲ୍ଲୀ,୫ା୬(ପି.ଟି.):ଶିକାର ଓ ଅନ୍ୟାନ୍ୟ କାରଣରୁ ଗତ ୮ ବର୍ଷ ମଧ୍ୟରେ ଭାରତରେ ୭୫୦ ବାଘ ମୃତ୍ୟୁମୁଖରେ ପଡ଼ିଥିବା ସରକାରୀ ତଥ୍ୟରୁ ଜଣାପଡିଛି। କେବଳ ମଧ୍ୟପ୍ରଦେଶରେ ସର୍ବାଧିକ ୧୭୩ଟି ବାଘ ପ୍ରାଣ ହରାଇଛନ୍ତି। ସ୍ବାଭାବିକ୍‌ କାରଣରୁ ୩୬୯ଟି ବାଘ ମୃତ୍ୟୁମୁଖରେ ପଡ଼ିଥିବାବେଳେ ଶିକାରୀଙ୍କ ହାବୁଡ଼ରେ ପଡ଼ି ୧୬୮ ବାଘଙ୍କ ଜୀବନ ଯାଇଛି। ଅନ୍ୟ ୭୦ ବାଘଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଯାଞ୍ଚ ଚାଲିଥିବାବେଳେ ଅସ୍ବାଭାବିକ ଭାବେ ତଥା ଦୁର୍ଘଟଣା କିମ୍ବା ପରସ୍ପର ମଧ୍ୟରେ ସଂଘର୍ଷ ଯୋଗୁ ୪୨ଟିର ମୃତ୍ୟୁ ଘଟିଛି। ୨୦୧୨ରୁ ୨୦୧୯ ମଧ୍ୟରେ ବିଭିନ୍ନ କର୍ତ୍ତୃପକ୍ଷ ୧୦୧ଟି ବାଘଙ୍କୁ ଜବତ କରିଥିବା ଏକ ଆରଟିଆଇ ଆବେଦନ ଉପରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ପକ୍ଷରୁ କୁହାଯାଇଛି। ୨୦୧୦ରୁ ୨୦୨୦ ମଧ୍ୟରେ ବାଘ ମୃତ୍ୟୁର ସବିଶେଷ ବିବରଣୀ ପ୍ରଦାନ କରିବା ଲାଗି ଏନ୍‌ଟିସିଏରେ ଆବେଦନ କରାଯାଇଥିଲା। ତେବେ କର୍ତ୍ତୃପକ୍ଷ ୨୦୧୨ରୁ ୮ ବର୍ଷ ମଧ୍ୟରେ ବାଘମୃତ୍ୟୁ ସମ୍ପର୍କିତ ତଥ୍ୟ ପ୍ରଦାନ କରିଛନ୍ତି।
ଅନ୍ୟପକ୍ଷରେ ଗତ ୪ ବର୍ଷ ମଧ୍ୟରେ ଦେଶରେ ବାଘ ସଂଖ୍ୟା ୭୫୦ ବୃଦ୍ଧି ପାଇ ୨,୯୭୬ରେ ପହଞ୍ଚତ୍ଥିବା ଗତ ଡିସେମ୍ବରରେ ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଥିଲେ। ଏଥିପାଇଁ ଆମେ ସମଗ୍ର ପରିବେଶ ବ୍ୟବସ୍ଥା ଉପରେ ଗର୍ବ କରିବା କଥା ବୋଲି ଜାଭଡେକର ରାଜ୍ୟ ସଭାରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ କହିଥିଲେ।
ମଧ୍ୟପ୍ରଦେଶରେ ଶିକାରୀଙ୍କ ଗୁଳିରେ ୩୮ ବାଘ ମରିଥିବାବେଳେ ୯୪ଟିର ସ୍ବାଭାବିକ ଏବଂ ୬ଟିର ଅସ୍ବାଭାବିକ ମୃତ୍ୟୁ ହୋଇଛି। ୧୬ଟି ଜବତ ହୋଇଥିବାବେଳେ ଅନ୍ୟ ୧୯ଟିର ମୃତ୍ୟୁ ସମ୍ପର୍କରେ ଯାଞ୍ଚ କରାଯାଉଛି। ମଧ୍ୟପ୍ରଦେଶରେ ସର୍ବାଧିକ ୫୨୬ ବାଘ ରହିଛନ୍ତି। ସେହିପରି ମହାରାଷ୍ଟ୍ରରେ ଗତ ୮ ବର୍ଷ ମଧ୍ୟରେ ୧୨୫ଟି ବାଘ ମରିଛନ୍ତି। ଏହା ପଛକୁ କର୍ନାଟକ (୧୧୧), ଉତ୍ତରାଖଣ୍ଡ (୮୮), ତାମିଲନାଡୁ (୫୪), ଆସାମ (୫୪), କେରଳ(୩୫), ଉତ୍ତରପ୍ରଦେଶ (୩୫), ରାଜସ୍ଥାନ (୧୭), ବିହାର (୧୧), ପଶ୍ଚିମବଙ୍ଗ (୧୧) ଏବଂ ଛତିଶଗଡ଼ରେ ୧୦ଟି ବାଘର ମୃତ୍ୟୁ ଘଟିଛି। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ୮ ବର୍ଷରେ ୭ଟି ଲେଖାଏ ବାଘ ମରିଥିବାବେଳେ ତେଲଙ୍ଗାନାରେ ୫, ଦିଲ୍ଲୀ ଓ ନାଗାଲାଣ୍ଡରେ ୨ଟି ଲେଖାଏ, ହରିୟାଣା, ଗୁଜରାଟରେ ଗୋଟିଏ ଲେଖାଏ ବାଘ ମରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri